1 ରାଜାରାଃ ମନ୍ସୁରୁଦ୍ ଗାଡ଼ା ଦାଆଃ ଲେକା ଅକ୍ନାଃ ପ୍ରାଭୁ ପାର୍ମେଶ୍ୱାର୍ଆଃ ତିଃଇରେ ମେନାଃ ଓଡ଼ୋଃ ଇନିଃ ଆୟାଃ ସାନାଙ୍ଗ୍ଲେକା ନେତେ ହାନ୍ତେ ରିକା ଦାଡ଼ିୟା।
2 ହଡ଼ରାଃ ସବେନ୍ ସେସେନ୍ ଆୟାଃ ଲେକା ବୁଗିନ୍ ତାନାଃ ମେନ୍ତେ ସାରିୟାଃ, ମେନ୍ଦ ପ୍ରାଭୁ ପାର୍ମେଶ୍ୱାର୍ ଇନିୟାଃ ମନ୍ସୁରୁଦ୍କେ ଅଜାନ୍ ରିକାଏ।
3 ଦାଣେଁ ହେତେ ନ୍ୟାୟ ଓଡ଼ୋଃ ବୁଗିନ୍ ବିଚାର୍ ରିକାଃ ପ୍ରାଭୁ ପାର୍ମେଶ୍ୱାର୍ ପୁରାଃ ସୁକୁ ତାନାଃ।
4 ମାରାଙ୍ଗ୍ୟେଁନ୍ ମେଦ୍ ଓଡ଼ୋଃ ମନ୍ ଏତ୍କାନ୍ ହଡ଼କଆଃ ଦିଆ ଲେକା ତାନାଃ, ଅକ୍ନାଃ ପାପ୍ ତାନାଃ।
5 ପେଡ଼େଃତେ କାମିତାନ୍ ହଡ଼କଆଃ ଉଡ଼ୁଃକ ଜାରୁଡ଼୍ଗି ପୁରାଃ ଲାଭ୍ ହୁଇନାଃ, ମେନ୍ଦ ହାର୍ବାରାଅତେ କାମିତାନ୍ ହଡ଼କଆଃ ହାନି ହବାଅଃଆ।
6 ବେଦା କାଜିତେ ନାମାକାନ୍ ଖୁର୍ଜି ଅଟାଙ୍ଗ୍ଅଃତାନ୍ ସୁକୁଲ୍ ଲେକା, ଏନାକେ ଦାଣାଁତାନ୍କ ଗନଏଃକେ ନାମେୟା।
7 ଏତ୍କାନ୍ ହଡ଼ରାଃ ଏତ୍କାନ୍ କାମିଗି ଜୀଅନ୍ ରିକାଃଏ, ଚିଆଃଚି ଇନ୍କୁ ସାର୍ତି ବିଚାର୍ କାକ ସୁକୁଆଃ।
8 ଏତ୍କାନ୍ ହଡ଼ରାଃ ସେସେନ୍ ହରାକ ଏଙ୍କବେଙ୍କ ତାଇନାଃ, ମେନ୍ଦ ଧାର୍ମାନ୍ ହଡ଼ରାଃ ହରା ସାର୍ତି ତାଇନାଃ।
9 ଏପେରାଙ୍ଗ୍ କୁଡ଼ିଲଃ ଅଡ଼ାଃରେ ତାଇନ୍ ହେତେ ଅଡ଼ାଃରାଃ ମିଆଦ୍ କଚାରେ ତାଇନ୍ ବୁଗିନ୍ ତାନାଃ।
10 ମିଆଦ୍ ଏତ୍କାନ୍ ହଡ଼ରାଃ ମନ୍ ଏତ୍କାନ୍ଗି ସାନାଙ୍ଗ୍ଆଃ, ଇନିଃ ଆୟାଃ ହୋପର୍ଜାପାଃନିଃକେ କାଏ ଦାୟା ରିକାଃ।
11 ଲାନ୍ଦାଇ ହଡ଼କେ ସାଜାଇ ଏମ୍ରେ, କା ସେଣାଁନ୍ ହଡ଼ ସେଣାଁନ୍ ହୁଇନାଃ, ଓଡ଼ୋଃ ସେଣାଁନ୍କେ ଇତୁ ଏମଃରେ ସେଣାଁ ନାମେୟା।
12 ଧାର୍ମାନ୍ ହଡ଼ ଏତ୍କାନ୍ ହଡ଼କଆଃ ଅଡ଼ାଃକେ ବିଚାର୍ ରିକାଃଏ, ଓଡ଼ୋଃ ଏତ୍କାନ୍ ହଡ଼କକେ ଆକଆଃ ଏତ୍କାନ୍ ନାଗେନ୍ତେ ଗନଏଃ ଗାଡାରେ ହୁରାଙ୍ଗ୍ ଏଣ୍ଡାଃକଆ।
13 ଅକନ୍ ହଡ଼ ଗାରିବ୍ରାଃ ରାନାଃ ଆୟୁମ୍ କେଦ୍ତେ ଆୟାଃ ଲୁତୁର୍ ରିକାଃଏ, ଇନିଃ ଚିମ୍ତାଙ୍ଗ୍ ଦେଙ୍ଗା ନାମେ ନାଙ୍ଗ୍ କେଡ଼ାରେ, ଆୟାଃ ହାକାଅତେୟାଃ କା ଆୟୁମଃଆ।
14 ଉକୁ କେଦ୍ତେ ଦାନ୍ ଏମ୍ରେ ରିସ୍ମି ଲାସୁର୍ କଆଃ ଓଡ଼ୋଃ ହାପା ହାପା ଘୁସ୍ ଏମ୍ରେ ପୁରାଃ ରିସ୍ମିକେ ଲାସୁର୍ ରିକାଏ।
15 ଧାର୍ମାନ୍ ହଡ଼ ନ୍ୟାୟ କାମି ରିକାକେଦ୍ତେ ରାସ୍କା ଆଉଇୟା, ମେନ୍ଦ ଏତ୍କାନ୍ ରିକାତାନ୍କ ଜୀଅନଃଆ।
16 ଅକନ୍ ହଡ଼ ସେଣାଁଁରାଃ ହରାକେ ବାଗି ତାନା, ଇନିଃ ଗଜାକାନ୍କଆଃ ସାମାଜ୍ରେ ତାଇନାଃ।
17 ଅକ ହଡ଼ ରିଜ୍ରାଙ୍ଗ୍କେ ଦୁଲାଡ଼ାଃଏ, ଇନିଃ ଗାରିବ୍ ହୁଇନାଃ ଓଡ଼ୋଃ ଇଲିଆର୍ଖି ଓଡ଼ୋଃ ଗନଙ୍ଗ୍ଆଁନ୍ ସୁନୁମ୍ ଗସଃ ସାନାଙ୍ଗ୍ନିଃ କିସାଁଣ୍ କାଏ ହବାୱା।
18 ଧାର୍ମାନ୍ ହଡ଼ ନାଙ୍ଗ୍ ଏତ୍କାନ୍ ହଡ଼ରାଃ ଗନଙ୍ଗ୍ ଏମ୍ ଲାଗାତିଙ୍ଗ୍ ଲେକା ତାନାଃ, ଓଡ଼ୋଃ ବୁଗିନ୍ ହଡ଼ ନାଙ୍ଗ୍ କା ପାତିୟାରଃ ହଡ଼,
19 ଏପେରାଙ୍ଗ୍ ଓଡ଼ୋଃ ରିସ୍ମି କୁଡ଼ିଲଃ ତାଇନଃ ହେତେ ବିର୍ରେ ଏସ୍କାର୍ ତାଇନଃ ବୁଗିନ୍ ତାନାଃ।
20 ସେଣାଁନ୍ ହଡ଼ରାଃ ଅଡ଼ାଃରେ ପୁରାଃ ଖୁର୍ଜି ଓଡ଼ୋଃ ସୁନୁମ୍ ତାଇନାଃ, ମେନ୍ଦ ଡଣ୍ଡ ହଡ଼ ଏନାକେ ଦାଆଃ ଲେକା ଆତୁ ତାଃଏ।
21 ଧାର୍ମାନ୍ ଓଡ଼ୋଃ ଦାୟାକେ ଦାଣାଁତାନ୍ ହଡ଼ ଜୀଦାନ୍, ଧାରାମ୍ ଓଡ଼ୋଃ ମାନାରାଙ୍ଗ୍ ନାମେୟା।
22 ମିଆଦ୍ ସେଣାଁନ୍ ହଡ଼ ପେଡ଼େୟାନ୍ ନାଗାର୍କେ ଜିତାଅ ଦାଡ଼ିୟା ଓଡ଼ୋଃ ଇନିଃ ଇନ୍କୁ ଅକ୍ନାଃରେ ଆସ୍ରାକାଦ୍ ତେୟାଃକେ ଜୀଅନ୍ତାଃ।
23 ଅକନ୍ ହଡ଼ ଆୟାଃ ମଚା ଓଡ଼ୋଃ ଆଲାଙ୍ଗ୍କେ ବାନ୍ଚାଅ ତାନାଏ, ଇନିଃ ସାସାତି ହେତେ ଆପ୍ନାଃ ଜୀଉକେ ବାନ୍ଚାଅ ରିକାଃଏ।
24 ଆପାନ୍କେ ମାରାଙ୍ଗ୍ ମେନ୍ତେ ଆଟ୍କାରେନ୍ନିଃ ଓଡ଼ୋଃ ସବେନ୍କ ସାରିକାଇ ହଡ଼ ନିନ୍ଦା ନୁତୁମ୍ରେ ସାରିୟଃଆ ଓଡ଼ୋଃ ଇନିଃକେ ମାରାଙ୍ଗ୍ୟେଁନ୍ କେଦ୍ତେ ରିସ୍ମି ହୁଇନାଃ।
25 କୁଢ଼ି ହଡ଼ରାଃ ସାନାଙ୍ଗ୍ ଇନିଃକେ ଗନଏଃ ରିକାଏ, ଚିଆଃଚି ଇନିୟାଃ ତିଃଇ କାମି ନାଗେନ୍ତେ କାଏ ସୁକୁଆଃ।
26 ଇନିଃ ସିଙ୍ଗିସାଟୁବ୍ ହାୟା ରିକାଏ, ମେନ୍ଦ ଧାର୍ମାନ୍ ଦାନ୍ ଏମାଏଃ ଓଡ଼ୋଃ ଏମଃରେ କାଏ ତାୟମ୍ ହୁଇନାଃ।
27 ଏତ୍କାନ୍ ହଡ଼କଆଃ ଦାଣେଁ ଏମ୍ ହିଲାଙ୍ଗ୍ ତାନାଃ, ଓଡ଼ୋଃ ଏନ୍ ଦାଣେଁ ଏତ୍କାନ୍ ମନ୍ତେ ଏମ୍ତାନ୍ରେ ପୁରାଃ ହିଲାଙ୍ଗ୍ ତାନାଃ।
28 ବେଦା ଗାୱାନିଃ ଜୀଅନ୍ ହବାୱା, ମେନ୍ଦ ଅକଏ ସାର୍ତି କାଜି ଆୟୁମ୍ତାନାଏ, ଇନିୟାଃ ଲାବ୍ଜା ଜାନାଅଗି ତାଇନା।
29 ଏତ୍କାନ୍ ହଡ଼ ଆପ୍ନାଃ ମେଦ୍ମୁହାଁଡ଼୍ କେଟେଦ୍ ରିକାଏ, ମେନ୍ଦ ସାର୍ତି ହଡ଼ ଆୟାଃ ହରା ଆଟ୍କାର୍ଉରୁମ୍କେଦ୍ତେ ବୁଗିଲେକା ସେନ୍ ନାଙ୍ଗ୍ ବିଚାର୍ ରିକାଏ।
30 ପ୍ରାଭୁଆଃ ବିରୁଧ୍ରେ ହଡ଼ରାଃ ସେଣାଁ, ସାରିଉରୁମ୍ ଓଡ଼ୋଃ ରଜୋଟ ଜେତ୍ନାଃ କା ତାଇନାଃ।
31 ଲାଡ଼ାଇ ନାଗେନ୍ତେ ସାଦମ୍ ସେକାଡ଼େନାଏ, ମେନ୍ଦ ଜିନିତାଅ ପ୍ରାଭୁତାଃଏତେ ହବାଅଃଆ।