1 ଜେଟ୍ରେ ଆରିଲ୍ ଚାଏ ଇରଃ ସାମାଏରେ ଦାଆଃ ଗାମାଏୟା, ଏନ୍ଲେକା ଲେକା ମାଇନାନ୍ ମିଆଦ୍ ଡଣ୍ଡ ନାଙ୍ଗ୍ ସାମା ତାନାଃ।
2 ଗେରଁୱା ଅଡ଼େ ହନର୍ତାନ୍ ସାମାଏରେ ଓଡ଼ୋଃ ଚାଡୁ ଅଡ଼େ ଆଫିର୍ତାନ୍ ସାମାଏରେ କାଏ ଆଟ୍କାଅଃଆ, ଏନ୍ଲେକା ସାମା ସାମାତେ ଏମାକାନ୍ ସାର୍ପାଅ କା ହିଜୁଃଆ।
3 ସାଦମ୍ ନାଙ୍ଗ୍ ହାଁଣ୍ସା, ଗାଧା ନାଙ୍ଗ୍ ଲାଗାମ୍ ଓଡ଼ୋଃ ଡଣ୍ଡ ହଡ଼ରାଃ ଦୟା ନାଙ୍ଗ୍ ସଟା ଲାଗାତିୟାଁ।
4 ଡଣ୍ଡକେ ଆୟାଃ ଡଣ୍ଡ ନାଗେନ୍ତେ ଆଲମ୍ କାଜିରୁହାଡ଼ିୟା, କା'ରେଦ ଆମ୍ ଆୟାଃ ଲେକା ସାମାନ୍ ହବାଅଃଆମ୍।
5 ଡଣ୍ଡକେ ଆୟାଃ ଡଣ୍ଡ ନାଗେନ୍ତେ କାଜିରୁହାଡ଼ିମେ, କା'ରେଦ ଇନିଃ ଆୟାଃ ନାଜେର୍ରେ ସେଣାଁନ୍ ଆଟ୍କାର୍ ଉରୁମ୍ ରିକାୟା।
6 ଡଣ୍ଡରାଃ ତିଃଇରେ ଅକଏ କାଜି କୁଲେୟାଏ, ଇନିଃ ଆୟାଃ କାଟାରେ ଆଇଃକ୍ଗି ହୁବାଃ ତାନା।
7 ଟୁଣ୍ଟାରାଃ କାଟା ଜେ'ଲେକା ନେତେହାନ୍ତେ ହବାୱା, ଏନ୍ଲେକା ଡଣ୍ଡ ହଡ଼ରାଃ ମଚାହେତେ ବୁଗିନ୍ ଇନିତୁ କାଜି ହୁଇନାଃ।
8 ଜେ'ଲେକା ହୁର୍ତାଙ୍ଗ୍ ଦିରି ଥାଲାରେ ମଣିରାଃ ଥାଇଲା, ଅକଏ ଡଣ୍ଡକେ ମାଇନ୍ ତାନା, ଇନିଃ ଏନ୍ଲାକାନିଃ ତାନିଃ।
9 ଜେ'ଲେକା ବୁଲାକାନ୍ ହଡ଼ରାଃ ତିଃଇରେ ରଗଃଅ ଜାନୁମ୍, ଏନ୍ଲେକା ଡଣ୍ଡକଆଃ ବୁଗିନ୍ ଇନିତୁ କାଜି ଦୁକୁ ଲେକା ତାନାଃ।
10 ଅକଏ ଡଣ୍ଡକେ ଓଡ଼ୋଃ ହରା ସେନଃତାନ୍କକେ ନାଲା ଏମ୍ତାନାଏ, ଇନିଃ ସବେନ୍କକେ ଘାଅକ ତାନ୍ ତୁଇଙ୍ଗ୍ ଲେକା ତାନିଃ।
11 ସେତା ଆୟାଃ ଉସାଡ଼୍ତାଃ ହିଜୁଃରୁହାଡ଼ାଏ ଏନ୍ଲେକାଗି, ଓଡ଼ୋଃ ଆଡଃଗି କା ସେଣାଁରେୟାଃ କାମି ରିକାତାନ୍ ଡଣ୍ଡ ଆୟାଃ ଡଣ୍ଡ କାମି ଆଡଃଗି ରିକା କାତେୟାଃଏ।
12 ଅକଏ ଆପ୍ନାଃ ନାଜେର୍ରେ ସେଣାଁନ୍ ମେନେତାନାଏ, ଚିଆଃ ଏନ୍ଲେକା ହଡ଼କେ ନେଲ୍ କାଇୟାଃମେ ? ଇନିଃ ହେତେ ଜାତ୍କା ଆସ୍ରା ଡଣ୍ଡତାଃରେ ମେନାଃ।
13 କୁଢ଼ି କାଜିୟା, ହରାରେ ଟେଡ଼ଃ ମେନାଇୟା, ମିଆଦ୍ ଟେଡ଼ଃ ହରାରେ ମେନାଇୟା।
14 ଜେ'ଲେକା ଦୁଆର୍ କାବ୍ଜାରେ ତାଇନ୍ କେଦ୍ତେ ବିହୁର୍ ହୁଇନାଃ, ଏନ୍ଲେକା କୁଢ଼ି ଆୟାଃ ଡିସ୍ନାରେ ତାଇନ୍ କେଦ୍ତେ ବିହୁର୍ ବାଡ଼ା ରିକାଏ।
15 କୁଢ଼ି ଆୟାଃ ତିଃଇ ଆପ୍ନାଃ ଥାରିୟାରେ ତୁପୁଇ କାଏ, ଏନାକେ ଓଡ଼ୋଃ ମିସା ଆପ୍ନାଃ ମଚାତେ ଆଉ ଦୁକୁଇ ତାନା।
16 ଏୟା ଝାନ୍ ବୁଗିନ୍ କାଜି କାଜିରୁହାଡ଼୍ ଏମ୍ତାନ୍କଆଃ ହେତେ ଆଲ୍ସି ଆପ୍ନାଃ ନାଜେର୍ରେ ସେଣାଁନ୍ ତାନିଙ୍ଗ୍ ମେନ୍ତେ କାଜିୟା।
17 ଅକନ୍ ହଡ଼ ହରାରେ ସେନ୍ ତାନ୍ ସାମାଏରେ ଏଟାଃକଆଃ ଏପେରାଙ୍ଗ୍ କାଜିରେ ବିରୁଧ୍ ରିକାଃଏ, ଇନିଃ ସେତାରାଃ ଲୁତୁର୍ ସାବ୍ ଲେକାନ୍ନିଃ ତାନିଃ।
18 ମିଆଦ୍ ବାଏହା ହଡ଼ ସେଙ୍ଗେଲ୍ ଚିଆରି ଓଡ଼ୋଃ ଗନଏଃ ହୁରାଙ୍ଗ୍ ତାନ୍ ଲେକାନ୍ନିଃ ଜେ'ଲେକା, 19 ଆପ୍ନାଃ ହୋପର୍ଜାପାଃନିଃକେ ଅକନ୍ ହଡ଼ ବେଦା କେଦ୍ତେ କାଜିୟା, ଆଇଙ୍ଗ୍ଦ ସାମା ସାମାଗି ଏସ୍କାର୍ କାଜି ତାଇକେନାଇଙ୍ଗ୍, ଇନିଃ ଏନ୍ ଲେକାନ୍ନିଃ ତାନିଃ।
20 ସାହାନ୍ ଚାବାକରେ ସେଙ୍ଗେଲ୍ ଇଣିକ୍କଆଃ, ଚୁଗ୍ଲି କାଜିନିଃ କା ତାଇନ୍ରେ ଏପେରାଙ୍ଗ୍ କା ହୁଇନାଃ।
21 ଜେ'ଲେକା ଜୁଲ୍ତାନ୍ ଆଙ୍ଗରାରେ କୁଇଲା ଓଡ଼ୋଃ ସେଙ୍ଗେଲ୍ରେ ସାହାନ୍ ତାଇନାଃ, ଏନ୍ଲେକା ଏପ୍ରାଙ୍ଗ୍କେ ଆୟାର୍ ଇଦିନାଙ୍ଗ୍ ଏପ୍ରାଙ୍ଗ୍ନିଃ ତାଇନାଃଏ।
22 ଚୁଗ୍ଲି କାଜିତାନ୍ନିଆଃ କାଜି ହେଡ଼େମ୍ ଲେକା ତାନାଃ, ଏନା ମନ୍ସୁରୁଦ୍ ଭିତାର୍ ଜାକେଦ୍ ସେନଃକଆଃ।
23 ଜୁଲ୍ତାନ୍ ଲାଚଡ଼ା ଓଡ଼ୋଃ ଏତ୍କାନ୍ ମନ୍ସୁରୁଦ୍ ରୁପାତେ ଜଲମ୍କାନ୍ ହାସାରାଃ ଜିନିଷ୍ ଲେକା ତାନାଃ।
24 ହିସିଙ୍ଗା ହଡ଼ ଆପ୍ନାଃ ଲାଚଡ଼ାରେ କାଜିକ ଉକୁକେଦ୍ତେ ଦହାଃଏ, ମେନ୍ଦ ଆପ୍ନାଃ ମନ୍ସୁରୁଦ୍ରେ ବେଦା କାଜିକ ତାଇନାଃ।
25 ଇନିଃ ଚିମ୍ତାଙ୍ଗ୍ ହେଡ଼େମାନ୍ କାଜିକ କାଜିୟା, ଇମ୍ତା ଇନିଃକେ ବିଶ୍ୱାସ୍ ଆଲମ୍ ରିକାଃ, ଚିଆଃଚି ଇନିୟାଃ ମନ୍ସୁରୁଦ୍ରେ ଏୟା ହିଲାଙ୍ଗ୍ ବିଷାଏକ ତାଇନାଃ।
26 ଇନିୟାଃ ହିସିଙ୍ଗା ବେଦା ଉକୁଆକାନ୍ ରେୟଗି, ଇନିୟାଃ ସବେନ୍ ଏତ୍କାନ୍ଆଃ ସାଭାରେ ଉଦୁବଃଆ।
27 ଅକଏ ଗାଡା ଉର୍କେଦ୍ତେ ଦହେୟା, ଇନିଃ ଏନାରେଗି ଉୟୁଗଃଆ, ଓଡ଼ୋଃ ଅକଏ ଦିରିକେ ଗୁଲୁବାଟିୟା, ଏନା ଆୟାଃ ଚେତାନ୍ରେ ଗୁଲୁ ଆଡ଼୍ଗୁଃଆ।
28 ବେଦା କାଜିତାନ୍ ଆଲାଙ୍ଗ୍ ଏନ୍ ହଡ଼କକେ ହିସିଙ୍ଗାକଆ, ଅକନ୍କ ଇନିଃକେ ସାସାତିକାନା ଓଡ଼ୋଃ ଲାଚମ୍କାଜି କାଜି କାଜିନିଃ ସବେନାଃ ଜୀଅନ୍ ରିକାଏ।