ୟୀଶୁ ଉପୁନ୍ ହାଜାର୍ ହଡ଼କକେ ଜମେୟାଃଁ ଏମାକତାନାଏ
1 ଏନ୍ ଦିପିଲିରେ ଆଡଃଗି ଗାଦେଲ୍ ହଡ଼କ ହୁଣ୍ଡିୟାନା, ଆଡଃ ଜଜମାଃକ ବାନଃ ହରାତେ, ୟୀଶୁ ଚେଲାକକେ ଆୟାଃତାଃତେ ହାକାଅକେଦ୍ତେ କାଜିୟାଦ୍କଆଏ, 2 "ନେ ଗାଦେଲ୍ ହଡ଼କ ନାଗେନ୍ତେ ଆଇଁୟାଃ ଜୀଉ ବିଲ୍କାଅଃତାନା, ଚିୟାଃଚି ଆପି ମାହାଁଏତେ ଆଇଁୟାଃଲଃ ମେନାକଆ, ଆଡଃ ନାହାଁଃ ଇନ୍କୁତାଃରେ ଜମେୟାଃଁ ଜେତ୍ନାଃ ବାନଃଆ । 3 ଇନ୍କୁକେ ସାମାଲାହିଦ୍ ଅଡ଼ାଃତେଇଙ୍ଗ୍ କୁଲ୍ତାକୁରେ ହରାକରେ ଲାଗାଉତାରଃଆକ୮:୩ ଥାକାଅକଆଃକ, ଚିୟାଃଚି ଇନ୍କୁଏତେ ଚିମିନ୍କ ସାଙ୍ଗିନ୍କଏତେ ହିଜୁଆକାନାକ ।"
4 ଇନିୟାଃ ଚେଲାକ କାଜିରୁହାଡ଼୍କିୟା, "ଅକଏ ନେ ସିଃସଏଃ ଠାୟାଦ୍ରେ ନିମିନାଙ୍ଗ୍ ଗାଦେଲ୍ ହଡ଼କ ନାଗେନ୍ତେ ବିୟଃଗି ଜମେୟାଃଁ ଏମ୍ଦାଡ଼ିୟାଏ ?"
5 ୟୀଶୁ କୁଲିକେଦ୍କଆଏ, "ଆପେତାଃରେ ଚିମିନାଙ୍ଗ୍ ହଲଙ୍ଗ୍ ମେନା ?"
ଇନ୍କୁ କାଜିରୁହାଡ଼୍କିୟା, "ସାତ୍ଠୁ ହଲଙ୍ଗ୍ ।"
6 ଇନିଃ ସବେନ୍ ହଡ଼କକେ ଅତେରେ ଦୁବ୍ପେ ମେତାଦ୍କଆଏ । ଏନ୍ତେ ଏନ୍ ସାତ୍ଠୁ ହଲଙ୍ଗ୍ ଇଦିକେଦ୍ତେ ପାର୍ମେଶ୍ୱାର୍କେ ଧାନ୍ୟାବାଦ୍ ଏମ୍କିୟାଏ, ଆଡଃ ଏନା କେଚାଃକେଦ୍ତେ ହଡ଼କକେ ହାଟିଙ୍ଗ୍ଆଁକ ନାଗେନ୍ତେ ଚେଲାତାୟାଃକକେ ଏମାଦ୍କଆଏ, ଆଡଃ ଇନ୍କୁକେ ହାଟିଙ୍ଗ୍ଆଁଁଦ୍କଆକ । 7 ଇନ୍କୁତାଃରେ ହୁଡିଙ୍ଗ୍ଲେକା ହୁପ୍ଡିଙ୍ଗ୍ ହାକୁ ତାଇକେନାକ, ଏନ୍ ହାକୁ ନାଗେନ୍ତେ ପାର୍ମେଶ୍ୱାର୍କେ ଧାନ୍ୟାବାଦ୍ ଏମ୍କିୟାଏ, ଆଡଃ ଏନାକେ ହାଟିଙ୍ଗ୍ ନାଗେନ୍ତେ ଚେଲାକକେ କାଜିକେଦ୍କଆଏ । 8 ଏନା ଜମ୍କେଦ୍ତେ ସବେନ୍କ ବି’ୟାନାକ, ଆଡଃ ସାରେଜାକାନ୍ କେଚାଃତେୟାଃକ ସାତ୍ ଟୁଙ୍କି ହାଲାଙ୍ଗ୍କେଦାଃକ । 9 ଏନ୍ତାଃରେ ଉପୁନ୍ ହାଜାର୍ ଲେକା ହଡ଼କ ତାଇକେନା ।