36 ଆଇଙ୍ଗ୍ ସାମାହଡ଼୍ମ ତାଇକେନ୍ରେ ଲିଜାଃପେ ତୁସିଙ୍ଗ୍କେଦିୟାଁ, ଆଇଙ୍ଗ୍ ହାସୁତାନ୍ ତାଇକେନ୍ରେ ଯାତ୍ନାଅ ସାକ୍ଲାଅ କେଦିୟାଁପେ, ଆଇଙ୍ଗ୍ ଜେହେଲ୍ରେ ତାଇକେନ୍ ଇମ୍ତା ନେନେଲ୍ତେପେ ହିଜୁଃୟାନା ।’
37 "ଏନ୍ତେ ଧାର୍ମାନ୍ ହଡ଼କ ଇନିଃକେ କାଜିରୁହାଡ଼୍କିୟାକ, ‘ହେ ଗମ୍କେ, ଚିଉଲା ଆଲେ ଆମ୍କେ ରେଙ୍ଗେତାନ୍ଲେ ନେଲ୍ଲେଦ୍ମେୟାଁ ଆଡଃ ଆମ୍କେ ଜଜମାଃଲେ ଏମାଦ୍ମେୟାଁ, ଚାଏ ଚିଉଲା ତେତାଙ୍ଗ୍ତାନ୍ଲେ ନେଲ୍ଲେଦ୍ମେୟାଁ ଆଡଃ ନୁଁ ନାଙ୍ଗ୍ ଦାଆଃଲେ ଏମାଦ୍ମେୟାଁ ? 38 ଚିଉଲା ଆଲେ ଆମ୍କେ ନେଲ୍କେଦ୍ତେ ଏଟାଃ ଦିଶୁମ୍ରେନ୍ ତାନିଃ ମେନ୍ତେ ଆଲେୟାଃ ଅଡ଼ାଃରେ ତାଇନ୍ ନାଙ୍ଗ୍ ଠାୟାଦ୍ଲେ ଏମାଦ୍ମେୟାଁ ଆଡଃ ଚିଉଲା ସାମାହଡ଼୍ମ ତାଇକେନ୍ରେ ତୁସିଙ୍ଗ୍ ନାଙ୍ଗ୍ ଲିଜାଃଲେ ଏମାଦ୍ମେୟାଁ ? 39 ଆଡଃ ଆମ୍ ହାସୁତାନ୍ରେ ଚାଏ ଜେହେଲ୍କାନ୍ରେ ଚିଉଲା ଆଲେ ଆମ୍କେ ନେନେଲ୍ତେଲେ ସେନ୍କେନା ?’ 40 ଆଡଃ ରାଜା ଇନ୍କୁକେ କାଜିରୁହାଡ଼୍କଆଏ, ‘ଆଇଙ୍ଗ୍ ଆପେକେ ସାର୍ତିଗିଙ୍ଗ୍ କାଜିୟାପେତାନା, ଆପେ ଆଇଁୟାଃ ନେ ହାଗାକଏତେ ମିହୁଡ଼୍ ନାଗେନ୍ତେ ଅକ୍ନାଃପେ ରିକାକାଦା, ଏନା ଆଇଁୟାଃ ନାଗେନ୍ତେୟ ରିକାକାଦାପେ ।’