ପାର୍ମେଶ୍ୱାର୍କେ ସେୱାରେୟାଃ ଜୀଦାନ୍
1 ଏନାମେନ୍ତେ, ହେ ହାଗା ମିଶିକ, ଆବୁ ନାଗେନ୍ତେ ପାର୍ମେଶ୍ୱାର୍ଆଃ ପୁରାଃ ଲିନିବୁଇ ହବାକାନ୍ ହରାତେ, ଆଇଙ୍ଗ୍ ଆପେକେଇଙ୍ଗ୍ ବିନ୍ତିପେ ତାନା, ପାର୍ମେଶ୍ୱାର୍ତାଃରେ ଆପେ ଆପ୍ନାଃ ହଡ଼୍ମକେ ପାବିତାର୍ ଜୀନିଦ୍ ଦାଣେଁ ଲେକା ରାକାବେପେ । ଇନିୟାଃ ସେୱାରେ ଆପାନ୍କେ ଜିମାକେଦ୍ତେ ଇନିୟାଃ ସୁକୁଇଚିୟଃ ଲେକା ହବାଅଃପେ । ଏନାଗି ପାର୍ମେଶ୍ୱାର୍ଆଃ ସାର୍ତି ସେୱା ତାନା । 2 ନେ ଅତେଦିଶୁମ୍ରେ ଆପେ ନେ ପାରିୟାରେନ୍ ହଡ଼କ ଲେକା ଆଲ୍ପେ ହବାଅଃଆ । ପାର୍ମେଶ୍ୱାର୍ ଆପେୟାଃ ମନ୍କେ ବାଦ୍ଲାଅକେଦ୍ତେ ପୁରାଗି ଆପେୟାଃ ମନ୍ଭିତାର୍ରେୟାଃ ଉଡ଼ୁଃକ ନାୱାଲେକା ହବାଅଃକା । ଏନାରେ, ପାର୍ମେଶ୍ୱାର୍ଆଃ ଇଛାସାନାଙ୍ଗ୍ ଚିନାଃ ତାନାଃ, ଆୟାଃ ଆୟାର୍ରେ ଅକ କାଜିକ ବୁଗିନାଃ ତାନାଃ, ଆଇଃକ୍କେ ସୁକୁଆନ୍ ଆଡଃ ପକ୍ତାଃଅତେୟାଃ ତାନାଃ, ଏନା ଆପେ ଆଟ୍କାର୍ଉରୁମ୍ ଦାଡ଼ିୟାଃପେ ।