ଆତ୍ମାରେୟାଃ ଜୀଦାନ୍
1 ନାହାଁଃ ଅକନ୍କ ଖ୍ରୀଷ୍ଟ୍ ୟୀଶୁଲଃ ମେସାକେଦ୍ତେ ଜୀଦାନ୍ ବିତାଅଆଃକ, ଇନ୍କୁ ଆଡଃ ସାଜାଇ କାକ ନାମେୟା । 2 ପାବିତାର୍ ଆତ୍ମା ଅକ ଆନ୍ଚୁ ହରାତେ ଆବୁକେ ଖ୍ରୀଷ୍ଟ୍ ୟୀଶୁଲଃ ମେସାକେଦ୍ତେ ଅକ ଜୀଦାନ୍ ଏମାକାଦ୍ବୁଆଏ, ଏନା ହରାତେ ଆବୁ ପାପ୍ ଆଡଃ ଗନଏଃରେୟାଃ ଆନ୍ଚୁହେତେ ରାଡ଼ାକାନାବୁ । 3 ମାନୱାରାଃ ସଭାବ୍ରେ ପେଡ଼େଃ ବାନଃ ହରାତେ ମୁଶା ନାବୀ ଏମାକାଦ୍ ଆନ୍ଚୁକେ ମାନାତିଙ୍ଗ୍ କାଏ ଦାଡ଼ିକେନା, ଏନାକେ ପାର୍ମେଶ୍ୱାର୍ ରିକାକେଦାଏ । ମାନୱା ଜୀଦାନ୍ରେ ପାପ୍କେ ଜିୟନେ ନାଗେନ୍ତେ ଇନିଃ ଆୟାଃ ହନ୍କେ ପାପି ମାନୱା ଲେକାଏ କୁଲ୍କିୟା ଆଡଃ ଖ୍ରୀଷ୍ଟ୍ ୟୀଶୁ ପାପ୍ରେୟାଃ ପେଡ଼େଃକେ ଜିୟନ୍କେଦା । 4 ଏନାମେନ୍ତେ ନାହାଁଃ ଆବୁ ମାନୱା ସଭାବ୍ରେୟାଃ ଆକ୍ତେୟାର୍ରେ କା ତାଇନ୍କେଦ୍ତେ ପାବିତାର୍ ଆତ୍ମାରେୟାଃ ହରାତେବୁ ସେସେନ୍ତାନା ଆଡଃ ନେଆଁଁ ହରାତେ ଆବୁ ଆନ୍ଚୁରେୟାଃ ଧାର୍ମାନ୍ ହାଟିବୁ ପୁରାକାଦା ।