20 ତେବେ ଗିଆନ୍ ରଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ସାସ୍ତର୍ ସିକାଉମନର୍ ବିସଇ କାଇଟା କଇ ଅଇସି ? ଆରି ଏ ଜୁଗର୍ ଦଦାପେଲା ଅଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ପର୍ମେସର୍ ଏ ଜଗତର୍ ଗିଆନ୍ ରଇବା ଲକ୍ମନ୍କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି ?
21 ଏ ଜଗତର୍ ଲକ୍ମନ୍ ତାକର୍ ଚାଲାକିସଙ୍ଗ୍ ପର୍ମେସର୍କେ ନ ଜାନତ୍ ବଲି, ସେ ନିଜର୍ ଗିଆନ୍ ଇସାବେ ଟିକ୍କଲା । ଆମେ ଜାନାଇବା ବିସଇ ଜନ୍ଟା କି କାଇ ମୁଲିଅ ନାଇ ବଲି ଲକ୍ମନ୍ କଇବାଇ, ସେଟା ବିସ୍ବାସ୍ କର୍ବା ଲକ୍ମନ୍କେ ମୁକ୍ତି ଦେବାକେ ପର୍ମେସର୍ ସାର୍ଦା ଅଇଲା ।