22 ଜିଉଦିମନ୍ କାବା ଅଇଜିବା ଚିନ୍ ପାଇ ଦାବି କଲାଇନି । ଗିରିକ୍ମନ୍ ଗିଆନ୍ କଜ୍ଲାଇନି । 23 ମାତର୍ ଆମେ କୁରୁସ୍ ଉପ୍ରେ ଚଗାଇ ଅଇରଇବା କିରିସ୍ଟର୍ ବିସଇ ଜାନାଇଲୁନି । ଏ କାତା ସୁନ୍ଲେ ଜିଉଦିମନ୍ ରିସା ଅଇଗାଲାଇନି ଆରି ଜିଉଦି ନଇଲା ଲକ୍ମନ୍ ସେ କାତାର୍ କାଇ ମୁଲିଅ ନାଇ ବଲି ବାବ୍ଲାଇନି । 24 ମାତର୍ ଜିଉଦି ଅଅତ୍, କି ଜିଉଦି ନଇଲା ଲକ୍ ଅଅତ୍, ଜନ୍ ଲକ୍ମନ୍ ବାଚି ଅଇଆଚତ୍, ସେମନର୍ ପାଇ କିରିସ୍ଟ ପର୍ମେସରର୍ ବପୁ ଆରି ପର୍ମେସରର୍ ଗିଆନ୍ ପାରା ଆଚେ ।
Publicidade