27 ଏଟାର୍ ଅରତ୍ ଅଇଲାନି, ଜେ ଜଦି ମାପ୍ରୁକେ ସନ୍ମାନ୍ ନ ଦେଇ, ଏ ରୁଟି କାଇସି କି ମୁତାଇ ଅନି ଡୁକ୍ସି, ସେ ମାପ୍ରୁର୍ ଗାଗଡ୍ ଆରି ବନିର୍ ବିରୁଦେ ପାପ୍ କଲାନି । 28 ସେଟାର୍ପାଇଁ ତମେ ନିଜ୍କେ ପରିକା କରି ଦେକ୍ବାର୍ଆଚେ, ଦେକି ସାରାଇ ଏ ରୁଟି କାଇଅଇସି ଆରି ମୁତାଇଅନି ଡୁକି ଅଇସି । 29 କାଇକେବଇଲେ ଜଦି ସେ ରୁଟି କାଇଲାବେଲେ ଜେ ମାପ୍ରୁର୍ ଗାଗଡ୍ ଆରି ମୁତାଇଅନି ଡୁକ୍ଲାବେଲେ ସତ୍ବିସଇ ନ ବୁଜତ୍, ସେମନ୍ ନିଜେ ନିଜର୍ ଉପ୍ରେ ପର୍ମେସରର୍ ଡଣ୍ଡ୍ ଡାକି ଆନ୍ଲାଇନି ।
Publicidade