7 ମାତର୍ ସବୁ ଲକର୍ ମଙ୍ଗଲ୍ ପୁରାପୁରୁନ୍ ଅଇବାକେ ବିନ୍ ବିନ୍ ଲକର୍ ବିତ୍ରେ ସୁକଲ୍ ଆତ୍ମାର୍ ବପୁ ବିନ୍ ବିନ୍ ଇସାବେ ଜାନାପଡ୍ସି । 8 ସୁକଲ୍ ଆତ୍ମା କାକେ କାକେ ବୁଦିର୍ ବାକିଅ କଇବାକେ ଦେଇସି, ଆରି କାକେ କାକେ ଗିଆନର୍ ବାକିଅ ଦେଇସି । 9 ସେ ଗଟେକ୍ ସୁକଲ୍ ଆତ୍ମାସେ କାକେ କାକେ ବିସ୍ବାସ୍ ଦେଇସି ଆରି କାକେ କାକେ ନିକ ଅଇବା ବପୁର୍ ଦାନ୍ ଦେଇସି । 10 କାକେ କାକେ କାବାଅଇଜିବା କାମ୍ କରିପାର୍ବା ବପୁ, କାକେ କାକେ ପର୍ମେସର୍ ଜାନାଇଲା କାତା କଇବା ବପୁ, କେତେ ଲକ୍କେ ଆତ୍ମା ଦେଇରଇବା ଦାନ୍ ଚିନ୍ବା ବପୁ, ଆରି କେତେକ୍ ଲକ୍କେ ସେ ନାଜାନି ରଇବା ବିନ୍ ବିନ୍ ବାସାଇ କାତା କଇବା ବପୁ, ଆରି କେତେକ୍ ଲକ୍କେ ସେ ବାସାର୍ ଅରତ୍ ବୁଜାଇବା ବପୁ ଦେଇରଇସି । 11 ମାତର୍ ଏ ସବୁଜାକ ବପୁ ଗଟେକ୍ ଆତ୍ମାସେ କରି ରଇସି । ସେ ନିଜର୍ ମନ୍ କଲା ଇସାବେ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ ବିସଇର୍ ଦାନ୍ ଦେଇରଇସି ।
Publicidade