45 ଜେନ୍ତାରିକି ଲେକା ଅଇଲାଆଚେ, ପର୍ତୁମ୍ ମୁନୁସ୍ ଜେ କି ଆଦମ୍, ତାକେ ତିଆର୍ କରି ଜିବନ୍ ଦେଇରଇଲା, ମାତର୍ ସାରାସାରିପଚର୍ ଆଦମ୍ ନ ସାର୍ବା ଜିବନ୍ ଦେବା ଆତ୍ମା ଅଇଲା । 46 ମାତର୍ ଆତ୍ମାର୍ ଗାଗଡ୍ ପର୍ତୁମ୍ ନ ଆସେ । ଚୁଚାଇ ଗାଗଡ୍ ଆଇସି, ତାର୍ପଚେ ଆତ୍ମାର୍ ଗାଗଡ୍ । 47 ପର୍ତୁମ୍ ଆଦମ୍ ମାଟିସଙ୍ଗ୍ ତିଆର୍ ଅଇ ଏ ଦର୍ତନି ଆଇଲା । ମାତର୍ ପଚର୍ ଆଦମ୍ ସର୍ଗେ ଅନି ଆଇଲା । 48 ଜନ୍ ଲକ୍ମନ୍ ଏ ଦର୍ତନିର୍, ସେମନ୍ ଜେ କି ମାଟି ସଙ୍ଗ୍ ତିଆର୍ ଅଇରଇଲା, ତାର୍ପାରା । ଆରି ଜନ୍ ଲକ୍ ସର୍ଗର୍, ଜେ କି ସର୍ଗେ ଅନି ଆଇଲା, ତାର୍ପାରା । 49 ଜେନ୍ତିକି ଆମେ ଜନ୍ଲକ୍ ମାଟିସଙ୍ଗ୍ ତିଆର୍ ଅଇରଇଲା, ତାର୍ ବାନିମୁର୍ତି ଆଚୁ, ସେନ୍ତାରିସେ ଜେ ସର୍ଗେଅନି ଆଇଲା ତାର୍ ପାରା ବାନିମୁର୍ତି ଦାର୍ବୁ ।
Publicidade