12 ଏ ଜଗତର୍ ଲକ୍ମନ୍ ପାଇରଇବା ଆତ୍ମା ପାରା ଆମେ ପାଉନାଇ । ମାତର୍ ପର୍ମେସରର୍ ଆତ୍ମା ପାଇଆଚୁ । ଜେନ୍ତାରିକି ଜନ୍ ସବୁ ବିସଇ ଆମ୍କେ ସେ ଦେଲାଆଚେ, ସେଟା ସବୁ ଆମେ ଜାନ୍ବୁ ।
13 ତେବେ ସେ ସବୁ ବିସଇ ମିସା ଆମେ ଜଗତର୍ ଗିଆନ୍ ଇସାବେ ସିକାଉନାଇ, ମାତର୍ ଜନ୍ ବିସଇ ଆମ୍କେ ପର୍ମେସରର୍ ସୁକଲ୍ ଆତ୍ମା ସିକାଇଲା ଆଚେ, ସେ ବିସଇ ଆକା ସିକାଇଲୁନି । ଜନ୍ ଲକ୍ମନ୍ ସୁକଲ୍ ଆତ୍ମା ପାଇଆଚତ୍, ସେ ଲକ୍ମନ୍କେ ଏ ଆତ୍ମାର୍ ବିସଇ ସିକାଇଲୁନି । 14 ମାତର୍ ସୁକଲ୍ଆତ୍ମା ନ ପାଇ ରଇବା ଲକ୍, ଆତ୍ମାର୍ ବିସଇ ନ ମାନେ, ମାତର୍ ସେଟାମନ୍ ତାର୍ପାଇ ଗଟେକ୍ କାଇଟା ନାଜାନ୍ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍ ଆତ୍ମା ସିକାଇଲେ ସେ ବୁଜିଅଇସି ।