1 ଜଦି ତମର୍ ବିତ୍ରେ ଗଟେକ୍ ବିସ୍ବାସି ବାଇକେ ଆରି ଗଟେକ୍ ବିସ୍ବାସି ବାଇର୍ ବିରୁଦେ କାତା ରଇଲେ, ସେଟା ବିଚାର୍ କର୍ବାକେ ବିସ୍ବାସ୍ ନ କଲା ବିଚାର୍କାରିଆର୍ ଲଗେ ଜାଆ ନାଇ । ତାର୍ ବାଦୁଲେ ବିସ୍ବାସିମନ୍ ସେଟା ବିଚାର୍ କରତ୍ । 2 ମନେ ରଅ, ପର୍ମେସରର୍ ଲକ୍ମନ୍ ଜଗତର୍ ଲକ୍ମନର୍ ବିଚାର୍ କର୍ବାଇ । ସେନ୍ତାର୍ଆଲେ, ଏ ଗଟେକ୍ ସାନ୍ ବିସଇ ବିଚାର୍ କରିନାପାରାସ୍ କି ? 3 ଏଦେ ସୁନା ! ଦିନେକ୍ ଆମେ ସରଗର୍ ଦୁତ୍ମନ୍କେ ବିଚାର୍ କର୍ବୁ । ତେବେ ଏ ଜିବନେ ଆଇବା ସାନ୍ ସାନ୍ ବିସଇ ବିଚାର୍ କର୍ବାକେ ଅଦିକ୍ ସଅଜ୍ ନଏଁ କି ? 4 ଜଦି ବିନ୍ ବିସ୍ବାସି ମନର୍ ସଙ୍ଗ୍ ଲାଗାଜଡା ଅଇଲେ ରାଜିନାମା କର୍ବାକେ ତମର୍ ମଣ୍ଡଲି ବିତ୍ରେ ବିସ୍ବାସ୍ ଇସାବେ ସନ୍ମାନ୍ ନ ପାଇବା ଲକର୍ଟାନେ କାଇକେ ଗାଲାସ୍ନି ? 5 ମୁଇ ତମ୍କେ ଲାଜ୍କରାଇବାକେ ଏ କାତା ଲେକିଆଚି । ବିସ୍ବାସି ବାଇ ବାଇ ବିତ୍ରେ କିରମାର ଅଇଲାଟା ରାଜିନାମା କର୍ବାକେ ସତଇସେ ତମର୍ ବିତ୍ରେ ଗଟେକ୍ ମିସା ବୁଦି ରଇଲା ଲକ୍ ନାଇ କି ?
Publicidade
1 Coríntios 6
ବିସ୍ବାସିମନର୍ ବିଚାର୍
Veja também
Publicidade