ବିବା ବିସଇରେ ନିୟମ୍
1 ଏବେ ତମେ ଲେକ୍ଲାଟାନେ ଜନ୍ ସବୁ ବିସଇ ଆଚେ, ସେ ସବୁର୍ ଉତର୍ ମୁଇ ଦେବି । ତମେ ପାଚାରିରଇଲାସ୍ ବିସ୍ବାସିମନ୍ ବିବା ନ ଅଇବାଟା ନିକ କି ? 2 ଉଁ ସେଟା ସତ୍, ମାତର୍ ବେସି ଲକ୍ ବେବିଚାର୍ କାମେ ଚଲାଚଲ୍ତି କଲାଇନି । ମୁଇ କଇଲିନି ଗଟେକ୍ ଗଟେକ୍ ମୁନୁସ୍କେ ତାର୍ ନିଜର୍ ମାଇଜି ଆରି ଗଟେକ୍ ଗଟେକ୍ ମାଇଜିକେ ତାର୍ ନିଜର୍ ମୁନୁସ୍ ରଇବାର୍ ଆଚେ ।