8 ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍କେ କଇଲିନି, ତମେ ମର୍ ପାରା ଏକ୍ଲା ରଇଲେ ତମର୍ପାଇ ନିକ ଅଇସି । 9 ମାତର୍ ତମେ ଜଦି ମନର୍ ଲାଲ୍ସା ମୁର୍ଚିକରି ରଇ ନାପାର୍ଲାସ୍ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
10 ୭:୧୦ ମାତିଉ ୫:୩୨;୧୯:୯; ମାର୍କ ୧୦:୧୧,୧୨; ଲୁକ୍ ୧୬:୧୮ ମାତର୍ ବିବା ଅଇବା ବିସ୍ବାସିମନ୍କେ ମୁଇ ଆଦେସ୍ ଦେଲିନି, ମୁଇ ଦେଇ ନାଇ ମାତର୍ ମାପ୍ରୁ ଦେଲାନି । ଜଦି ତମେ ଗଟେକ୍ ବିବାଇ ମାଇଜି, ସେନ୍ତାର୍ ଆଲେ ମୁନୁସ୍କେ ଚାଡି ବିନେ ନ ରୁଆ । 11 ଜଦି ତାକେ ଚାଡ୍ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍ ତର୍ ନିଜର୍ ମୁନୁସ୍ ସଙ୍ଗ୍ ମିସା । ଜଦି ତମେ ବିବାଇ ମୁନୁସ୍, ନିଜର୍ ମାଇଜିକେ ନ ଚାଡା ।