2 ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ । 3 ଜେତ୍କି ଲକ୍ କିରିସ୍ଟର୍ ପାରା ଅଇବୁ ବଲି ଆସା କଲାସ୍ନି, ନିଜେ ପାପ୍ କାମ୍ ଚାଡି ସୁକଲ୍ ରଇବାର୍ ଆଚେ । ଜେନ୍ତାରିକି କିରିସ୍ଟ କେବେ ପାପ୍ ନ କରେ ।
Publicidade
Publicidade