9 ପର୍ମେସର୍ ଏନ୍ତାରି ଆମର୍ପାଇଁ ତାର୍ ଆଲାଦ୍ ଦେକାଇଲା । ସେ ଗଟେକ୍ ବଲି ତାର୍ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍ଲାଗି ଆମେ ନ ସାର୍ବା ଜିବନ୍ ପାଇବୁ । 10 ଏନ୍ତାରି ନଏଁଜେ, ଆମେ ପର୍ମେସର୍କେ ଆଲାଦ୍ କଲୁ, ମାତର୍ ସେ ଆମ୍କେ ଆଲାଦ୍ କଲା । ଆରି କୁରୁସ୍କାଟେ ମଲାର୍ପାଇ ଆମର୍ ଡଣ୍ଡ୍ ପାଇବାକେ ତାର୍ ପଅକେ ପାଟାଇଲା । ଏଟା ଅଇଲାନି ସତ୍ସଙ୍ଗ୍ ଆଲାଦ୍ କର୍ବାଟା ।
11 ଏ ମର୍ ଆଲାଦର୍ ମଇତର୍ମନ୍, ଜେନ୍ତିକି ପର୍ମେସର୍ ଆମ୍କେ ଏତେକ୍ ଆଲାଦ୍ କଲାର୍ପାଇ, ଆମେମିସା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ସେନ୍ତାରି ଆଲାଦ୍ କର୍ବାର୍ ଆଚେ ।