12 ତମର୍ ନଅରେ ରଇବା ବିସ୍ବାସ୍ ନ କର୍ବା ଲକ୍ମନ୍ ଦେକ୍ବା ଇସାବେ ତମର୍ ଚଲାଚଲ୍ତି ନିକ ରଇବାର୍ଆଚେ । ସେନ୍ତାରି ରଇଲେ ସେମନ୍ ତମର୍ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍ ଦେକିକରି ପର୍ମେସର୍ ବାଉଡିଆଇବା ଦିନେ ତାକେ ଡାକ୍ପୁଟା କର୍ବାଇ ।
13 ତମର୍ ଉପ୍ରେ ଅଦିକାର୍ କର୍ବା ଲକ୍ମନ୍କେ ଆମର୍ ମାପ୍ରୁର୍ ଲାଗି ମାନିକରି ରୁଆ । ସବୁର୍ଟାନେଅନି ଅଦିକାର୍ ରଇବା ସାସନ୍କାରିଆକେ ମିସା ମାନିକରି ରୁଆ । 14 ସବୁର୍ଟାନେଅନି ବଡ୍ ସାସନ୍କାରିଆ, ଜେ କି କାରାପ୍ କାମ୍ କର୍ବା ଲକ୍ମନ୍କେ ଡଣ୍ଡ୍ ଦେବାକେ ଆରି ନିକ କାମ୍ କର୍ବା ଲକ୍ମନ୍କେ ଡାକ୍ପୁଟା କର୍ବାକେ ପାଟାଇଆଚେ, ତାକେ ମିସା ମାନିକରି ରୁଆ ।