2 ଏବେ ଜନମ୍ ଅଇଲା କଅଁଲା ପିଲାମନ୍ ଦୁଦ୍ କାଇବାକେ ଜେନ୍ତାରି ମନ୍ କର୍ବାଇ, ସେନ୍ତାରିସେ ତମେ ଆତ୍ମାର୍ ଦୁଦ୍ କାଇବାକେ ମନ୍ କରା । ସେଟା ଅଇଲାନି ପର୍ମେସରର୍ ସତ୍ ବାକିଅ । ସେଟା କାଇବାକେ ମନ୍ କଲେ, ତମର୍ ମୁକ୍ତି ସିଦ୍ ଅଇବାଜାକ ତମେ ବିସ୍ବାସେ ଅଦିକ୍ ଅଦିକ୍ ବଡି ଆଇସା । 3 ସାସ୍ତରେ ଲେକା ଅଇଲାପାରା "କାଇକେ ବଇଲେ, ମାପ୍ରୁ ଜିବନ୍ ଦୁକାଇ ଦୟା କଲାଟା ତମେ ଜାନିସାରାଇ ଆଚାସ୍ ।"