21 ସେନ୍ତାରି ଚଲାଚଲ୍ତି କର୍ବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । କିରିସ୍ଟ ତମର୍ପାଇ ଦୁକ୍କସ୍ଟ ମୁର୍ଚି କରି, ତମେ ଚଲାଚଲ୍ତି କର୍ବାଟା ଦେକାଇଆଚେ । 22 ସେ କେବେ ପାପ୍କରି ନ ରଇଲା ଆରି ତାର୍ ଟଣ୍ଡେଅନି ଗଟେକ୍ ମିସା ମିଚ୍କାତା ନ ବାରଇ ରଇଲା । 23 ଲକ୍ମନ୍ ତାକେ କିଜାଇଲାବେଲେ ସେ ନିନ୍ଦା କାତାକଇ ଟଣ୍ଡ୍ ଲାଗାଏ ନାଇ । ତାକେ ଦୁକ୍ କସ୍ଟ ଦେଲାକେ ସେ ଦମ୍କାଏ ନାଇ । ମାତର୍ କାଇ ଅନିଆଇ ନ କର୍ବା ପର୍ମେସର୍କେ ସବୁ ବିସଇ ଚାଡିଦେଲା ।