20 ଏ ବନ୍ଦି ଆତ୍ମାମନ୍ ପୁର୍ବେ ନଅର୍ ବେଲେ ପର୍ମେସରର୍ କାତା ନ ମାନ୍ଲାଟାମନ୍ । ସେଡ୍କିବେଲେ ନଅ ବଡ୍ ଡଙ୍ଗା ତିଆର୍ କର୍ତେରଇଲା । ତାର୍ କାତା ଲକ୍ମନ୍ ବିସ୍ବାସ୍ କର୍ବାଇ ବଲି ପର୍ମେସର୍ ମୁର୍ଚିକରି ରଇଲା । କାଇକେବଇଲେ, ଏକାଇ ଆଟ୍ ଲକ୍ସେ ସେ ପାନିତେଇ ବୁଡତ୍ନାଇ । ସେମନ୍ ଡଙ୍ଗାଇ ଚଗିରଇଲାଇ ଆରି ରକିଆ ପାଇଲାଇ । 21 ସେ ପାନି ଆମର୍ ଡୁବନ୍ ବିସଇ ଜାନାଇଲାନି । ତମେ ଡୁବନ୍ ନେଲାକେ ତମର୍ ଗାଗଡର୍ ମୁର୍କି ଦଇଅଇଲାର୍ ପାଇ ନଏଁ, ମାତର୍ ଗଟେକ୍ ନିକ ବିବେକ୍ ସଙ୍ଗ୍ ପର୍ମେସର୍କେ ଦେଇରଇଲା କାତାର୍ ଲାଗି ତମ୍କେ ମୁକ୍ତି କର୍ସି । ଜିସୁ କିରିସ୍ଟ ମଲାତେଇଅନି ଜିବନ୍ ଅଇକରି ଉଟ୍ଲାକେ ଏଟା ଅଇସି । 22 ସେ ସର୍ଗେ ବାଉଡି ଜାଇ ପର୍ମେସରର୍ ଉଜାବାଟେ ଆଚେ । ସର୍ଗେ ରଇବା ସବୁ ଦୁତ୍, ଅଦିକାର୍ ଆରି ବପୁ ଉପ୍ରେ ସେ ସାସନ୍ କଲାନି ।
Publicidade
Publicidade