5 ସେନ୍ତାରିସେ ଏ ଦାଙ୍ଗ୍ଡାମନ୍, ତମେ ବଡ୍ଲକ୍ମନର୍ କାତା ମାନିକରିରୁଆ । ମନ୍ ବିତ୍ରେ ସୁଆଲ୍ ରଇ ଗଟେଲକ୍ ଆରି ଗଟେଲକ୍କେ ସେବା କରାକରି ଅଇରୁଆ । କାଇକେବଇଲେ ସାସ୍ତରେ ଲେକା ଅଇଲାଆଚେ ବଡ୍ପନ୍ ଅଇବା ଲକ୍ମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ମନେ ମନେ ସୁଆଲ୍ ରଇବା ଲକ୍ମନ୍କେ ଦୟା ଦେକାଇସି । 6 ସବୁର୍ଟାନେ ଅନି ବପୁ ରଇବା ପର୍ମେସର୍କେ ନିଜେ ସର୍ପିଉଆ । ତାର୍ ସମାନ୍ ବେଲାଇ ସେ ତମ୍କେ ଉଟାଇସି । 7 ତମର୍ ସବୁଜାକ ଚିନ୍ତା କର୍ବାଟା ପର୍ମେସର୍କେ ସର୍ପି ଦିଆସ୍, କାଇକେବଇଲେ, ସେ ତମ୍କେ ଜତନ୍ କଲାନି ।
Publicidade
Publicidade