ସତ୍ ନଇଲା ଉପ୍ଦେସ୍ ପାଇ ଜାଗର୍ତା
3 ମୁଇ ମାକିଦନିଆଇ ଜିବା ଆଗ୍ତୁ ତମ୍କେ ଏପିସିଅତେଇ ରୁଆ ବଲି କଇରଇଲି । ତେଇ ଜନ୍ ଲକ୍ମନ୍ ବୁଲ୍ ସିକିଆ ସବୁ ଦେଲାଇନି, ସେମନ୍କେ ବୁଲ୍ ସିକିଆ ଦେବାଟା ବନ୍ଦ୍ କର୍ବାକେ ଆଦେସ୍ ଦିଆସ୍ ବଲି ମୁଇ ତମ୍କେ କଇରଇଲି । 4 ସେମନ୍ ଟଣ୍ଡେ ପାନ୍ଦି କାତା କଇବାଇ ଆରି ଆଗ୍ତୁର୍ ଆନିଦାଦିମନର୍ କୁଟୁମର୍ କାତା ତିଆର୍ କର୍ବାଟା ଚାଡାବଲି ତିଆରା । ଲକ୍ମନ୍କେ ଏନ୍ତାରି ସିକିଆ ଦେଇତେରଇଲେ ଲକ୍ମନ୍ ତେଇ ଦଦାପେଲା ଅଇବାଇ । ବିସ୍ବାସ୍ ମାନିକରି ଜନ୍କାମ୍ ପର୍ମେସର୍ ସେମନ୍କେ କରତ୍ ବଲି ମନ୍ କଲାନି, ସେଟା ସେମନ୍ କରତ୍ ନାଇ ।