7 ଜନ୍ ସବୁ ସିକିଆ ମିଚ୍, ଆରି ଜନ୍ଟା ସବୁ ଟଣ୍ଡେପାନ୍ଦି କଇବାଟାନେ ଅନି ଦୁରିକେ ରୁଆ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇକରି ପର୍ମେସର୍ ଜନ୍ଟା ମନ୍ କଲାନି, ସେନ୍ତାରି ଚଲାଚଲ୍ତି କରା । 8 କାଇକେବଇଲେ ଗାଗଡ୍କେ ବୁଲାଚାଲା କରି ନିକ ସଙ୍ଗ୍ ସଙ୍ଗଇବାଟା କେତେଟା କାମର୍ ପାଇ ନିକ ବିସଇ । କାଇକେବଇଲେ ଏଟା ଜଗତେ ବଁଚିରଇଲେ କି ମରିଗାଲେ ମିସା ତାକେ ଲଡାକେ ଆଇସି । ମାତର୍ ଆତ୍ମାଇ ଚଲାଚଲ୍ତି କର୍ବାଟା ସବୁ କାମେ ନିକ ରଇସି ।