17 ଜନ୍ ପାର୍ଚିନ୍ମନ୍ ମଣ୍ଡଲିର୍ ନେତା ଅଇ ଡାକିନେଲାଇନି, ସେମନ୍ ଦୁଇଗୁନ୍ ବୁତି ପାଇବା ଦର୍କାର୍ । କାଇକେବଇଲେ ସୁବ୍କବର୍ ଜାନାଇବାଟା ଆରି ସିକାଇବାଟା ସେମନ୍କେ ଦାଇତ୍ ଇସାବେ ଦେଲାଇ ଆଚତ୍ । 18 ସାସ୍ତରେ ଜେନ୍ତି ଲେକାଅଇଲା ଆଚେ, ଗାନାଇ ଦାନ୍ ମାଣ୍ଡାଇବାବେଲେ ବଲଦର୍ ଟଣ୍ଡେ କତ୍ରା ବାନ୍ଦା ନାଇ ଆରି କାମ୍ କରୁ ସାଉକାର୍ଟାନେଅନି ତାର୍ କୁଲି ପାଇସି ଆକା ।
Publicidade
Publicidade