20 ଏ ତିମତି, ପର୍ମେସର୍ ତକେ ଜନ୍ଟା କର୍ବାକେ ଦାଇତ୍ ଦେଲାଆଚେ, ସେ ଦାଇତ୍ ନିକ ସଙ୍ଗ୍ କର୍ । ଆସା ନ ରଇବା ଚୁଚା କାତା, କାଇ ଲଡାକେ ନ ଆଇବା କାତାବାର୍ତା ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ଜନ୍ ଲକ୍ ବିରଦ୍ କଲାଇନି, ସେମନର୍ ଟାନେଅନି ଦୁରିକେ ର । ସେଟା ସେମନ୍ ସିକ୍ବା ଗିଆନ୍ ବଲି ବୁଲ୍ ବୁଜ୍ଲାଇନି । 21 ଏ ବୁଲ୍ ସିକିଆ କେତେଲକ୍ ମାନିକରି କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଇଆଚତ୍ । ପର୍ମେସର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତର୍ ସଙ୍ଗ୍ ସବୁବେଲେ ରଅ । ଆମେନ୍ !