ତେସଲନିକିୟ ମନର୍ ବିସ୍ବାସର୍
2 ଆମେ ସବୁବେଲେ ତମର୍ ସବୁ ଲକର୍ପାଇ ପର୍ମେସର୍କେ ଦନିଅବାଦ୍ ଦେଇତେରଇବୁ ଆରି ପାର୍ତନା କଲାବେଲେ ତମର୍ ବିସଇ ସବୁବେଲେ ଜାନାଇତେରଇବୁ । 3 ତମେ ବିସ୍ବାସ୍ କରି କେନ୍ତି ଚଲାଚଲ୍ତି କଲାସ୍ନି ଆରି ତମର୍ ତମର୍ ବିତ୍ରେ ରଇବା ଆଲାଦର୍ ଲାଗି, ମିସିବିଡି କେନ୍ତି ସାଇଜ କରାକରି ଅଇଲାସ୍ନି ଆରି ମାପ୍ରୁ ଜିସୁ କିରିସ୍ଟ ଟାନେ ତମର୍ ବିସ୍ବାସ୍ କେନ୍ତି ଡାଟ୍ ଅଇଆଚାସ୍ ।