7 ଜଦି କିରିସ୍ଟ ପାଟାଇରଇବା ପେରିତ୍ ଇସାବେ ଆମ୍କେ ତମେ ମାନିକରି ରୁଆ ବଲି ଦାବି କର୍ତୁ । ମାଆ ଜେନ୍ତି ନିଜର୍ ପିଲାମନ୍କେ ଜତନ୍ କର୍ତେରଇସି, ଆମେ ତମର୍ଲଗେ ରଇବା ବେଲାଇ ସେରକାମ୍ କର୍ତେରଇଲୁ । 8 ଆମେ ତମ୍କେ ବେସି ଆଲାଦ୍ କଲୁ ଜେ, ତମ୍କେ ଅବ୍କା ପର୍ମେସରର୍ ସୁବ୍ କବର୍ ଜାନାଇବୁ ବଲି ନାଇ, ମାତର୍ ତମର୍ଲାଗି ନିଜ୍କେ ସର୍ପି ଅଇବାକେ ମିସା ତିଆର୍ ଅଇରଇଲୁ । ତମେ ଆମର୍ କେଡେକ୍ ନିଜର୍ ନ ରଇଲାସ୍ !
Publicidade