6 ତେବେ ଆସା, ଆମେ ବିନ୍ ଲକ୍ମନର୍ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍ରତ୍ସଙ୍ଗ୍ ରଉଁ । 7 ତେବେ ଜନ୍ ଲକ୍ମନ୍ ସଇବାଇ, ସେମନ୍ ରାତିବେଲେ ସଇବାଇ । ଆରି ଜନ୍ ଲକ୍ମନ୍ ମାତ୍ବାଇ, ସେମନ୍ ରାତିଆ ମାତ୍ବାଇ । 8 ୫:୮ ଏପିସିୟ ୬:୧୩-୧୭ଆମର୍ ବିସ୍ବାସ୍ ଆରି ଆମର୍ ଆଲାଦ୍ ଗଟେକ୍ ରକିଆ ପାଇବା ଲୁଆର୍ ବସ୍ତର୍ ପାରା ରକିଆ କର୍ସି । ଆମର୍ ଆସା ଗଟେକ୍ ଲୁଆର୍ ଟପି ପାରା ଆମ୍କେ ରକିଆ କର୍ସି । 9 କାଇକେବଇଲେ ପର୍ମେସର୍ ଆମ୍କେ ରିସାର୍ ମୁତାର୍ ଡଣ୍ଡ୍ ପାଇବାକେ ନ ବାଚିକରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି, ମୁକ୍ତି ପାଇବାକେ ତିଆର୍ କଲାଆଚେ ।
Publicidade