20 ତାର୍ଲାଗି ପର୍ମେସର୍ ଉଁ ବଲି, କଇରଇବାଟା, ସବୁଜାକ ପୁରାପୁରୁନ୍ କର୍ସି । ସେଟାର୍ପାଇଁ ଜିସୁକିରିସ୍ଟକେ ଆମେ ଆମେନ୍ ବଲି, କଇବାଟା ପର୍ମେସରର୍ ମଇମା ପାଇ ଅଇସି । 21 ତମ୍କେ ଆରି ଆମ୍କେ ଜିସୁକିରିସ୍ଟତେଇ ମିସିରଇବାକେ ଆଇବା ଡାଟ୍ ବିସ୍ବାସ୍ ଆନ୍ବାଟା, ପର୍ମେସର୍ ସେ । ଆରି ସେ ଆମ୍କେ ବାଚ୍ଲା ଆଚେ । 22 ଆମେ ତାର୍ଟା ବଲି ଜାନ୍ବାକେ ସେ ଆମ୍କେ ତାର୍ ଚିନ୍ ମାର୍ଲା ଆଚେ ଆରି ସୁକଲ୍ଆତ୍ମା ଆମର୍ ବିତ୍ରେ ଦାନ୍ କଲା ଆଚେ । ପର୍ମେସର୍ ଆମର୍ପାଇଁ ଜେତ୍କି ବିସଇ ସଙ୍ଗଇଆଚେ, ସେ ଆତ୍ମାର୍ ଲାଗି ଆମେ ସେଟା ସବୁ ପାଇବୁ ବଲି ଜାନ୍ଲୁନି ।
Publicidade
Publicidade