ଦସିକେ କେମା ଦେବାଟା
5 ଏବେ ତମର୍ ବିତ୍ରେ ଜେ ପାପ୍ କରି ତମ୍କେ ଦୁକ୍ ଦେଲା ଆଚେ, ସେ ଅବ୍କା ମକେ ଦୁକ୍ ଦେଏନାଇ, ମାତର୍ ତମ୍କେ ସବୁକେ ଦୁକ୍ ଦେଲାଆଚେ । ସବୁକେ ନଇଲେ ମିସା, କେତେଲକ୍କେ ଦେଇଆଚେ । ତାର୍ ପାପ୍ କଲାଟା ଅଦିକ୍ ବଡ୍ ଅଇକରି ଡିସ ବଲି ମୁଇ ମନ୍ କରିନାଇ । 6 ତମର୍ ବିତ୍ରେ ଜବର୍ ଲକ୍ ତାକେ ଡଣ୍ଡ୍ ଦେଲାଇ ଆଚତ୍ । ଆରି ସେମନ୍ ତାକେ ଦେଇରଇବା ଡଣ୍ଡ୍ ତାର୍ପାଇ ଅଇଜାଇସି । 7 ଏବେ ତମେ ତାକେ କେମା ଦେଇକରି ସାଆସ୍ ଦେବାର୍ ଆଚେ । ସେନ୍ତାରି ନ କଲେ, ସେ ବେସି ଦୁକ୍ ଅଇକରି ତାର୍ ମନ୍ ବାଙ୍ଗିଜାଇସି । 8 ସେଟାର୍ପାଇଁ ତାକେ ଆରିତରେକ୍ ଆଲାଦ୍ କରା ବଲି ମୁଇ ତମ୍କେ ବାବୁଜିଆ କଲିନି ।