4 ଆରି କିସ୍ଟର୍ ଲାଗି ପର୍ମେସର୍କେ ଆସା କରି ଆମେ ସାଆସ୍ ସଙ୍ଗ୍ କଇପାର୍ଲୁନି । 5 ଏ କାମ୍ ଆମେ ନିଜର୍ ବପୁ ସଙ୍ଗ୍ କରି ପାର୍ବୁ ବଲି କଉନାଇ । ପର୍ମେସର୍ ଆକା ଆମ୍କେ ବପୁ ଦେଇସି । 6 ସେ ତା ଆମ୍କେ ବପୁ ଦେଲାଆଚେ, ଜେନ୍ତିକି ଆମେ ତାର୍ ନୁଆ ରାଜିନାମା କଲାଟା ସବୁକେ ଜାନାଇ ପାର୍ବୁ । ସେଟା ଲେକ୍ଲା ନିୟମ୍ ନଏଁ, ମାତର୍ ତାର୍ ଆତ୍ମାଇ ଅନି ଅଇଲାଟା । ଲେକ୍ଲା ନିୟମ୍ ମରନ୍ ଆନ୍ସି, ମାତର୍ ପର୍ମେସରର୍ ଆତ୍ମା ନ ସାର୍ବା ଜିବନ୍ ଦେଇସି ।
Publicidade