ବିସ୍ବାସ୍ କରି ଜିଇବାଟା
16 ତେବର୍ପାଇ ଆମେ ସାଆସ୍ ନ ଅଇରଇବା ଲକର୍ ପାରା ନ ଅଉଁ । କାଇକେବଇଲେ ଆମର୍ ବାଇରର୍ ଗାଗଡ୍ ମରିମରି ଆଇଲେ, ମିସା ବିତ୍ରେ ରଇବା ଲକ୍ ଦିନ୍କେ ଦିନ୍ ନୁଆ ଅଇ ଆଇଲାନି । 17 କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି । 18 ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି ।