17 କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି । 18 ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି ।