14 କିରିସ୍ଟର୍ ଆଲାଦ୍ ଆମ୍କେ ବାଟ୍ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍ ଲାଗି ଆମେ ସବୁଲକ୍ ତାର୍ ମରନେ ମିସିଆଚୁ । 15 ସେ ସବୁ ଲକର୍ପାଇ ମଲାଆଚେ । ଜେନ୍ତି କି ଜନ୍ଲକ୍ମନ୍ ବଁଚି ଆଚତ୍, ସେମନ୍ ନିଜର୍ ପାଇ ନ ବଁଚତ୍ । ଜେ ତାକର୍ ପାଇ ମରିକରି ଜିବନ୍ ଅଇ ଉଟ୍ଲା, ଅବ୍କା ତାର୍ ପାଇସେ ବଁଚ୍ବାର୍ ଆଚେ ।
Publicidade