17 ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ । 18 ଏଟା ସବୁ ପର୍ମେସର୍ କଲାଆଚେ । ସେ କିରିସ୍ଟକେ ଦେଇ ଆମ୍କେ ସତ୍ରୁ ରଇବା ତେଇଅନି ମଇତର୍ କରିଆଚେ । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ । 19 ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍ଟର୍ ଲାଗି ପର୍ମେସର୍ ସବୁ ମୁନୁସ୍ ଜାତିକେ ତାର୍ ନିଜର୍ ମଇତର୍ କରିପାର୍ସି । ଆରି ସେ ତାକର୍ ସବୁ ପାପ୍ କେମା କରିଦେଇସି । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ ।
20 ପର୍ମେସର୍ ଆମ୍କେ ଦେଇ ତମ୍କେ ବାବୁଜିଆ କଲାନି । ଏଟାର୍ପାଇ କିରିସ୍ଟ ଆମ୍କେ ପାଟାଇଲା ଆଚେ । ଆରି କିରିସ୍ଟର୍ ଲାଗି ଆମେ ମିସା ତମ୍କେ ବାବୁଜିଆ କଲୁନି । ପର୍ମେସର୍ ତମ୍କେ ସତ୍ରୁଟାନେଅନି ମଇତର୍ କର । 21 କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।