16 ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ
" ଜନ୍ ଲକ୍ମନ୍ ମର୍ ଲକ୍,
ମୁଇ ସେମନର୍ ସଙ୍ଗ୍ ରଇବି ।
ତାକର୍ ବିତ୍ରେ ଚାଲାବୁଲା କର୍ବି । ମୁଇ ସେମନର୍ ପର୍ମେସର୍ ଅଇବି ।
ଆରି ସେମନ୍ ମର୍ ଲକ୍ ଅଇବାଇ ।"