10 ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି । 11 ସେ ତମ୍କେ ସାଉକାର୍ କୁରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ ।
Publicidade