6 ତମର୍ ମନେ ର । ଜଦି ଗଟେକ୍ ଚାସି ଉନା ବିଅନ୍ ବୁନ୍ସି, ସେ ଉନା ପସଲ୍ ପାଇସି । ଆରି ଜନ୍ ଚାସି ବୁତେକ୍ ବିଅନ୍ ବୁନ୍ସି, ସେ ବୁତେକ୍ ପସଲ୍ ପାଇସି । 7 ଦାନ୍ ଦେବାକେ ତମେ ଜେନ୍ତି କାତାବାର୍ତା ଅଇଆଚାସ୍, ସେନ୍ତାରି ଦେବାର୍ଆଚେ । ଦୁକ୍ ଅଇକରି ନାଇ କି କେ ବାଇଦ କଲାର୍ପାଇ ନାଇ । କାଇକେବଇଲେ ତମେ ସାର୍ଦା ସଙ୍ଗ୍ ଦେଲେ ପର୍ମେସର୍ ସେଟା ମନ୍ କର୍ସି । 8 ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି । 9 ସାସ୍ତର୍ କଇଲାପାରା
ଲଡାକେ ଆଇବା ଲକ୍ମନ୍କେ ସେ ଜବର୍ ଦେଇସି ଆରି
ତାର୍ ଜିବନ୍ ଦୁକାଇଲାଟା କେବେ ମିସା ନ ସାରେ ।
10 ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି । 11 ସେ ତମ୍କେ ସାଉକାର୍ କୁରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ । 12 ତମେ କର୍ବା ଏ ନିକ କାମର୍ ଲାଗି ପର୍ମେସରର୍ ଲକ୍ମନ୍କେ ଲଡାକେ ଆଇବା ବିସଇ ପୁରାପୁରୁନ୍ ଅଇଲାନି । ଆରି ପର୍ମେସର୍ଟାନେ ଦନିଅବାଦ୍ ଆଜାଡି ଅଇଲାପାରା ମିସା ଅଇଲାନି ।