ମିଚ୍ ସିକିଆ ଦେଉମନ୍
1 ପୁର୍ବେ ପର୍ମେସରର୍ ଲକ୍ମନର୍ ବିତ୍ରେ ମିଚ୍ କାତା କଇବା ବବିସତ୍ବକ୍ତାମନ୍ ମିସା ରଇଲାଇ । ସେନ୍ତାରିସେ ତମର୍ ବିତ୍ରେ ମିସା ମିଚ୍ ସିକାଉମନ୍ ରଇବାଇ । ପର୍ମେସରର୍ ବିସଇ ସେମନ୍ ମିଚ୍ଟା ସିକାଇବାଇ । ଜନ୍ ଲକ୍ମନ୍ ସେ କାତା ବିସ୍ବାସ୍ କର୍ବାଇ, ସେମନ୍ ବିନାସ୍ ଅଇଜିବାଇ । ସେମନ୍କେ ମୁକ୍ଲାଇଲା ନିଜର୍ ମୁକ୍ତିକାରିଆକେ ସେମନ୍ ଚାଡିଦେବାଇ । ସେନ୍ତାରି କଲାର୍ ପାଇ ପର୍ମେସର୍ ସେମନ୍କେ ଦାପ୍ରେ କୁରୁପ୍ନାସ୍ କର୍ସି । 2 ବିସ୍ବାସି ବଲାଇଅଇବା ବେସି ଲକ୍ମନ୍ ତାକର୍ କାରାପ୍ ଚଲାଚଲ୍ତି ଦାର୍ବାଇ ଆରି ସତ୍ ବାଟର୍ ବିସଇନେଇ କାରାପ୍ କାତା କଇ ବୁଲ୍ବାଇ । 3 ଏନ୍ତାଟା ସିକାଉମନ୍ ଲବ୍ ଅଇକରି ନିଜେ ତିଆର୍ କରିରଇବା କାତା କଇକରି ତମ୍କେ ନାଡାଇବାଇ । ସେନ୍ତାରି ଲକ୍ମନ୍କେ ଡଣ୍ଡ୍ ଦେବି ବଲି ପର୍ମେସର୍ କାତା ଦେଇରଇଲା । ଆରି ସେଟା କର୍ବାକେ ସେ ଏବେ ଜାଗିଆଚେ । ସେ ସେମନ୍କେ କୁରୁପ୍ନାସ୍ କର୍ସି ଆକା ।