17 ଏ ଆଲାଦର୍ ବାଇମନ୍, ତମେ ଆଗେ ଅନି ଏ ସବୁ ବିସଇ ଜାନି ଜାଗର୍ତା ଅଇରୁଆ । କେଡେବଲ୍ ନିୟମ୍ ନ ମାନ୍ଲା ଲକର୍ ଆସାର୍ କାମର୍ ପାନ୍ଦ୍ଲଗେ ଅଦ୍ରି, ଡାଟ୍ସଙ୍ଗ୍ ରଇବା ବିସ୍ବାସେ ଅନି ଉନା ଉଆନାଇ । 18 ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ ।