3 ୩:୩ ଜିଉଦା ୧:୧୮ପର୍ତମେ ଏଟା ଜାନା ଜେ, ସାର୍ଲା ଦିନ୍ମନ୍କେ ଲକ୍ମନ୍ ନିଜର୍ ନିଜର୍ କାରାପ୍ ମନ୍କଲା ଇସାବେ ଚଲାଚଲ୍ତି କର୍ବାଇ । ସାରାସାରି ଦିନେ ସେମନ୍ ସତ୍କେ ନିସାର୍ କରି ପାଚାର୍ବାଇ । 4 ଆରି କିଜାଇକରି କଇବାଇ, "ଜିସୁ ଆଇବି ବଲି କାତା ଦେଇରଇଲାଟା, କେନେ ତେବେ ?" କାଇକେବଇଲେ ପୁର୍ବେଅନି ଆମର୍ ଆନିଦାଦିମନ୍ ମଲାତେଇଅନି ଏବ୍କେ ଜାକ ସବୁ ବିସଇ ଜେନ୍ତି ରଇଲା, ଏବେ ମିସା ସେନ୍ତାର୍ସେ ଆଚେ । 5 ସେମନ୍ ଜାନି ଜାନି ପାସ୍ରିଗାଲାଇନି ଜେ ଆଗର୍ ବେଲ୍ ଆରି ବାଦଲ୍ ସବୁ ମାପ୍ରୁର୍ ବାକିଅର୍ ଲାଗି ଗଟ୍ଲା ଆଚେ, ଦର୍ତନି ପାନି ବିତ୍ରେଅନି ବାରଇଲା ଆଚେ ଆରି ଦର୍ତନି ଚାରିବେଟ୍ତି ପାନି ରଇଲା ବଲି । 6 ତାର୍ଲାଗି ସେ ସେବେଲେ ପୁର୍ନା ଜଗତ୍ ପାନି ସଙ୍ଗ୍ ବୁଡି ନସିଗାଲା । 7 ମାତର୍ ଏବେ ରଇବା ବାଦଲ୍ ଆରି ଦର୍ତନି ସେ ବାକିଅର୍ ଲାଗି, ଦରମ୍ ନଇଲା ଲକ୍ମନ୍କେ ବିଚାର୍ ଆରି ବିନାସର୍ ଦିନ୍ ଜାକ, ଜଇ ସଙ୍ଗ୍ ନସ୍ଟ ଅଇବାକେ ଜମାଇକରି ସଙ୍ଗଇଲା ଆଚେ ।