8 ମାତର୍ ଏ ଆଲାଦର୍ ବାଇମନ୍, ମାପ୍ରୁ ଦେକ୍ବା ଇସାବେ, ଗଟେକ୍ ଦିନ୍ଜେ ଅଜାର୍ ବରସ୍ ପାରା, ଆରି ଅଜାର୍ ବରସ୍, ଗଟେକ୍ ଦିନ୍ ପାରା, ଏ ମୁଲିକା ରଇଲା ବିସଇ ତମେ ପାସ୍ରା ନାଇ । 9 ଅଲସମ୍ ଅଇସି ବଲି କେତେଲକ୍ ଏତାଇଲାଇନି, ମାତର୍ ମାପ୍ରୁ ନିଜେ କାତା ଦେଲା ବିସଇ ସେନ୍ତାର୍ ଅଲ୍ସମ୍ କରେନାଇ । ମାତର୍ କେମିସା ଜେନ୍ତିକି ବିନାସ୍ ନଅତ୍, ସେମନ୍ ସବୁ ମନ୍ ବାଦ୍ଲାଇବାଇ, ଏଟା ସେ ମନ୍କରି ତମର୍ ପାଇ ବଲି ଅଲ୍ସମ୍ ଅଇଲାନି ।
10 ୩:୧୦ ମାତିଉ ୨୪:୪୩; ଲୁକ୍ ୧୨:୩୯; ୧ମ ତେସଲନିକିୟ ୫:୨; ପର୍କାସିତ ୧୬:୧୫ ମାପ୍ରୁର୍ ଦିନ୍ ଚର୍ ଆଇଲା ରକାମ୍ କେଟିଜାଇସି । ସେ ଦିନେ ବାଦଲ୍ ସବୁ ବେସି ସବଦ୍ ସଙ୍ଗ୍ ନସ୍ଟ ଅଇଜାଇସି, ବାଦ୍ଲେ ଉଜଲ୍ ରଇବାଟାମନ୍ ସବୁ ସିଲିଜାଇସି, ପୁର୍ତିବି ଆରି ସିତି ରଇଲା ଲକ୍ମନ୍ ତିଆର୍ କଲା ଜେତେକ୍ ସବୁ ଜିନିସ୍ ପଡିଜିବାଇ ।
11 ଏ ସବୁ ବିସଇ ଏ ରକାମ୍ ଆଜିଜାଇସି, ତେବର୍ ପାଇ ତମେମନ୍ ବେସି ସୁକଲ୍ ଆରି ଜାଗ୍ରତ୍ସଙ୍ଗ୍ ରଇବାର୍ ଆଚେ। 12 ମାପ୍ରୁ ଆଇବା ଦିନ୍କେ ଜାଗି କରି, ସେଟାଜେନ୍ତି ଦାପ୍ରେ ଆଇସି, ସବୁ ବେଲେ ଦରମ୍ ଚଲାଚଲ୍ତି କର୍ବାର୍ ଆଚେ ।
13 ୩:୧୩ ପର୍କାସିତ ୨୧:୧ ଆମେ ସେ ସପତ୍ କଲା ଇସାବେ ନୁଆଁ ବାଦଲ୍ ଆରି ନୁଆଁ ପୁର୍ତିବିକେ ଜାଗ୍ଲୁନି । ସେଟା ଦରମ୍ଲକର୍ ବାସା ଅଇବା ଜାଗା ଅଇସି ।