ଦନିଅବାଦ୍ ଆରି ସାର୍ଦା କରାଇବାଟା
3 ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ମର୍ ଆନିଦାଦିମନ୍ ଜେନ୍ତାର୍ ତାକେ ସେବା କଲାଇ, ସେନ୍ତାରି ମୁଇ ମିସା ତାକେ ସେବା କଲିନି । ମର୍ ବିବେକ୍ ମକେ ଦସ୍ ଦେଏ ନାଇ । ମୁଇ ତର୍ପାଇ ଦିନ୍ରାତି ପାର୍ତନା କଲିନି । 4 ଆମେ ଦୁଇ ଲକ୍ ବେଗଲ୍ଲାବେଲେ ତୁଇ ଦୁକ୍ ଅଇ ଆଁସୁ ଜରାଇଲୁସ୍, ସେଟା ମର୍ ମନେଆଚେ । ତେବର୍ପାଇ ତକେ ଦେକ୍ବି ବଲି ମୁଇ ବେସି ମନ୍ କଲିନି । ଜେନ୍ତାରି କି ମୁଇ ପୁରାପୁରୁନ୍ ସାର୍ଦା ଅଇବି । 5 ୧:୫ ପେରିତ୍ ୧୬:୧ତୁଇ ସତଇସେ ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁସ୍ ବଲି ମର୍ ମନେଆଚେ । ତୁଇ ବିସ୍ବାସ୍ କର୍ବା ଆଗ୍ତୁ ତର୍ ଆମା ଲଇ ଆରି ତର୍ ଆୟା ଉନିସ୍ ତାକେ ବିସ୍ବାସ୍ କର୍ତେରଇଲାଇ । ସେନ୍ତାରିସେ ତୁଇ ବିସ୍ବାସ୍ କର୍ବାଟା ଡାଁଟ୍ ଆଚେବଲି ମୁଇ ଜାନ୍ଲିନି ।