8 ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ । 9 ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା । 10 ଆରି ଏବେ ସେ ଜିବନ୍ ଦୁକାଇ ଦୟା ଦେକାଇଲାଟା, ପର୍ମେସର୍ ଆମ୍କେ ଜାନାଇଆଚେ । ଏଟା ଆମର୍ ରକିଆକାରି ଜିସୁକିରିସ୍ଟ ଜେ କି ଆମର୍ଟାନେ ଆଇଲା । ମରନର୍ ବପୁକେ ସେ କୁରୁପ୍ନାସ୍ କଲା । ଆରି ସୁବ୍ କବର୍ ଜାନ୍ଲାର୍ପାଇ ନ ସାର୍ବା ଜିବନ୍ ପାଇବାକେ ସେ ଆମ୍କେ ବାଟ୍ ଦେକାଇଲା ।
Publicidade