20 ଗଟେକ୍ ରାଜାର୍ ଗରେ କେତେ ରକାମର୍ ଗିନାକୁଡ୍କା ରଇସି, କେତେଟା ସୁନା ରୁପା ସଙ୍ଗ୍ ତିଆର୍ ଅଇଲାଟା, କେତେଟା ଗଚ୍ ଆରି ଚିକଟ୍ ମାଟିସଙ୍ଗ୍ ତିଆର୍ ଅଇଲା, କେତେଟା ବିବା ବଜି ବେଲର୍ପାଇ ଆରି କେତେଟା ଦିନ୍କେ ବାଇବାକେ ରଇସି । 21 ଜେ ନିଜ୍କେ ସବୁ ରକାମର୍ ପାପେଅନି ଜାଗ୍ରତ୍ କରିରଇସି, ମାପ୍ରୁ ସେମନ୍କେ ନିକ କାମର୍ପାଇ ବାଇସି । କାଇକେବଇଲେ, ସେ ଦେକ୍ବା ଇସାବେ, ସେମନ୍ ନିକ ଲକ୍ ଆରି ସବୁ ରକାମର୍ ଦରମ୍ କାମର୍ପାଇ ନିଜେ ସର୍ପି ଅଇଲାଇ ଆଚତ୍ ।