7 ଆରାଜିତାଟାନେ ମୁଇ ନିକସଙ୍ଗ୍ ଜୁଇଦ୍ କଲିଆଚି । ଜେତ୍କି ପାଲାଇବାର୍ ରଇଲା ମୁଇ ନିକସଙ୍ଗ୍ ସାରାଇଲି । ଆରି ମୁଇ ମର୍ ବିସ୍ବାସ୍ ଆରାଇନାଇ । 8 ଏବେ ସର୍ଗେ ମର୍ପାଇ ଜିତ୍ଲା ମୁକୁଟ୍ ସଙ୍ଗଇଆଚେ । ଏ ମୁକୁଟ୍ ପର୍ମେସରର୍ ମୁଆଟେ ମୁଇ ଦରମ୍ ସଙ୍ଗ୍ ଚଲାଚଲ୍ତି କଲାର୍ପାଇ ଆଚେ । ମାପ୍ରୁ ଜେ କି କାକେ ଅନିଆଇ ନ କରି ବିଚାର୍ କର୍ସି, ତାର୍ ବିଚାର୍ନା ଦିନେ ସେ ମୁକୁଟ୍ ମକେ ପୁରୁସ୍କାର୍ ଇସାବେ ଦେଇସି । ସେଟା ଅବ୍କା ମର୍ପାଇ ନାଇ, ମାତର୍ ଜେତ୍କି ଲକ୍ ସେ ବାଉଡି ଆଇବାଟା ଜାଗିଆଚତ୍, ସେମନ୍କେ ସବୁକେ ଦେଇସି ।
Publicidade
Publicidade