1 ୨:୧ ୧ମ ତେସଲନିକିୟ ୪:୧୫-୧୭ ଏ ବାଇବଇନିମନ୍, ମାପ୍ରୁ ଜିସୁକିରିସ୍ଟ ଆରିତରେକ୍ ଆଇବା ବିସଇ ଆରି ତାର୍ଲଗେ ଆମେ ସବୁଲକ୍ ରୁଣ୍ଡ୍ଅଇବା ବିସଇ, ତମ୍କେ ଆମେ ବାବୁଜିଆ କଲୁନି । 2 କାର୍ଲଗେଅନି ମିସା ମାପ୍ରୁର୍ ଦିନ୍ କେଟ୍ଲାବେ, ବଲିକରି ସୁନିଦେଇ କିଲ୍ବିଲ୍ ଉଆନାଇ । ଜଦି ସେ କବର୍ ଆମେ ବବିସତ୍କାତା କଇଲୁ କି ଜାନାଇଲୁ ନଇଲେ ଚିଟିଟାନେ ଲେକିଆଚତ୍ ବଲି ସୁନ୍ଲେ ମିସା ସେନ୍ତାର୍ ଉଆନାଇ । 3 କେ ମିସା ସେନ୍ତାରିକରି ତମ୍କେ ବୁଲ୍ ବାଟେ ନ ନେଅ । କାଇକେବଇଲେ ପର୍ତୁମ୍ ଦରମର୍ ପାଇ ବିରଦ୍ ଅଇସି । ତାର୍ପଚେ ବିନାସ୍ କରୁ ଜେ କି ପାପି ମୁନୁସ୍ ଆଇବା ଦର୍କାର୍ । ସେ ପାପି ମୁନୁସ୍ ନ ସାର୍ବା ମରନେ ଜାଇସି । 4 ସେ ଦୁରାଚାର୍ ମୁନୁସ୍ ଜନ୍ ସବୁ ବିସଇ ପର୍ମେସରର୍ ବଲି ଲକ୍ମନ୍ ପୁଜା କଲାଇନି, ସବୁର୍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍ମେସରର୍ ମନ୍ଦିରେ ବସିକରି ମୁଇ ଆକା ପର୍ମେସର୍, ବଲି ଦେକାଇ ଅଇସି ।
Publicidade
2 Tessalonicenses 2
କାରାପ୍ କର୍ବା ଲକ୍