ପାର୍ତନାର୍ ଲାଗି ଗୁଆରି
1 ଏ ବାଇବଇନିମନ୍, ସାରାସାରି ଆମର୍ପାଇଁ ପାର୍ତନା କରା । ମାପ୍ରୁର୍ ବାକିଅ ତମର୍ ବିତ୍ରେ ଜେନ୍ତିକି ଦାପ୍ରେ ଡାବିଅଇ ଜାଇରଇଲା, ସେନ୍ତାରିସେ ଦାପ୍ରେ ଗୁଲାଇବାଟେ ବିଚିଅଇକରି ଡାକ୍ପୁଟା ଅ । 2 ଜେନ୍ତାରି କି ପର୍ମେସର୍ ଆମ୍କେ ପଟ୍କାର୍ ଆରି କୁଟିଆଲ୍ ଲକ୍ମନର୍ ଟାନେଅନି ରକିଆ କର । କାଇକେବଇଲେ, ସବୁଲକ୍ ମାପ୍ରୁର୍ ବାକିଅ ବିସ୍ବାସ୍ କରତ୍ ନାଇ । ଏଟାର୍ପାଇ ଆରିତରେକ୍ ପାର୍ତନା କରା ।