10 ତମର୍ ସଙ୍ଗ୍ ରଇଲାବେଲେ ଆମେ ତମ୍କେ କଇରଇଲୁ, ଜନ୍ ଲକ୍ ପାଇଟି କାବାଡ୍ ନ କରେ, ସେ ବାତ୍ପେଜ୍ ନ କାଅ ।
11 ଏବେ ଏ କାତା ଆରିତରେକ୍ କଇଲୁନି, କାଇକେବଇଲେ ଆମେ କବର୍ ପାଇଲୁ ଆଚୁଜେ, ତମର୍ ବିତ୍ରେ କେତେକ୍ ଲକ୍ମନ୍ ବାଡୁ ଅଇକରି ଜିଉନାକାଉନା କଲାଇନି । କାଇ ପାଇଟି ନକରି ବିନ୍ ଲକର୍ କାମେ ମଜାଇ ଅଇସି ଆରି କାଇଟାମିସା ନ କରତ୍ । 12 ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି ଆମେ ସେ ଲକ୍ମନ୍କେ ଜାଗ୍ରତ୍କରି ଆଦେସ୍ଦେଲୁନି, ସେମନ୍ ସେନ୍ତାରି କର୍ବାଟା ଚାଡିଦେସ୍ । ଜେନ୍ତାରିକି ନିଜର୍ ପେଟର୍ପାଇ କାଦି ପାଇବାକେ ପାଇଟି କରତ୍ ।